ମହାନଗରରାଜ୍ୟ

ପୂଜା କମିଟି ବୈଠକ ଶେଷ, ଜାଣନ୍ତୁ କ’ଣ କହିଲେ….

ଭୁବନେଶ୍ୱର : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ବୈଠକ ଶେଷ ହୋଇଛି । ଏଥିରେ ସରକାର ଓ ବୂଜା କମିଟି ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । କାହିଁକି କଟକଣା ନିଷ୍ପତ୍ତି ନିଆଯାଇଛି ବୋଲି ପୂଜା କମିଟିକୁ ଜଣାଇଛନ୍ତି ସରକାର । ଏହା ସହ ଅନ୍ୟ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ଅବଗତ କରାଇଲେ । ସୁପ୍ରିମକୋର୍ଟ ଗାଇଡଲାଇନ୍ ନେଇ ଆଲୋଚନା ହୋଇଛି । ବୈଠକ ପରେ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ସରକାର ନିଷ୍ପତ୍ତି ନେବେ । ଦୁର୍ଗା ପୂଜାକୁ ଆଉ ମାସେ ସମୟ ରହିଛିି, ସେତେବେଳର କୋଭିଡ ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ ।’

Leave a Reply

Your email address will not be published. Required fields are marked *