ରାଜ୍ୟ

ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ସେହି ୪ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ । ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହି ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି କାରଣରୁ ଲୋକଙ୍କୁ ପରିସ୍ଥିତି ଦେଖି ନିରାପଦା ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତେବେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଦକ୍ଷିଣ ଛତିଶଗଡ଼ ମୁହାଁ ହୋଇଛି ଓ ଦକ୍ଷିଣ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ବି ଏହାର ପ୍ରଭାବ ରହିଛି । ବର୍ଷାରେ ପରିମାଣ ଧିରେ ଧିରେ ଆଜିଠାରୁ କମିବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ହେଉଛି । ଏନେଇ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଆଉ ଏକ ଲଘୁଚାପ ଆସନ୍ତା ୧୧ ତାରିଖରେ ସୃଷ୍ଟି ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *