ଅପରାଧରାଜ୍ୟ

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଘରେ ରେଡ

ଭୁବନେଶ୍ୱର : ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଘରେ ଚାଲିଛି ରେଡ । ମାନସ ଦାସଙ୍କ ଭୁବନେଶ୍ୱର ସହିଦନଗର ଘରେ ରେଡ୍ କରିଛି ଖୋର୍ଦ୍ଧା ପୋଲିସ । ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ୨ଟି ଟିମ୍ ଚଢ଼ାଉ କରିଛି । ମାନସଙ୍କ ବେଆଇନ ଅର୍ଥ କାରବାରର ଖିଅ ଖୋଜୁଛି ପୋଲିସ । ରେଡ ବେଳେ ପୋଲିସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଛି । ବୋଲଗଡ଼ର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ପରେ ଜେଲ୍ରେ ଅଛନ୍ତି ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ । ଅଧିକ ଖୋଳତାଡ ପାଇଁ ବାପ-ପୁଅଙ୍କୁ ରିମାଣ୍ଡରେ ଆଣିବ ଖୋର୍ଦ୍ଧା ପୋଲିସ । ରିମାଣ୍ଡରେ ଆଣି ଖୋଲିବ ମାନବବାଦ ସଂଗଠନର ଗୁମର । ତାଙ୍କ ମୁହଁରୁ ସତ ବାହାର କରିବ ପୋଲିସ । ଏହାପୂର୍ବରୁ ତାଙ୍କ ଘରେ ରେଡ କରି ବିଭିନ୍ନ କାଗଜପତ୍ର ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *