ଦେଶ- ବିଦେଶବାଣିଜ୍ୟ

ବିନା ଇଣ୍ଟରନେଟ କନେକ୍ସନରେ ହୋଇପାରିବ ୟୁପିଆଇ ପେମେଣ୍ଟ୍

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା ଦେଣନେଣ ଖୁବ୍ ସହଜ । ହେଲେ ଅନେକ ଥର ୟୁଜର ମାନେ ପେମେଣ୍ଟ କରିବା ସମୟରେ ସ୍ଲୋ ଇଣ୍ଟରନେଟ୍ ର ସାମନା କରନ୍ତି । ଯେଉଁଥିପାଇଁ ପେମେଣ୍ଟ ହେବାକୁ ସମୟ ଲାଗେ । ହେଲେ ଏବେ ଏହି ସମସ୍ୟା ଦୂର ହୋଇଯିବ । କଣ ଆପଣ ଜାଣିଛନ୍ତି କି ୟୁପିଆଇ ପେମେଣ୍ଟ କରିବା ପାଇଁ ସର୍ବଦା ଇଣ୍ଟରନେଟ୍ କନେକ୍ସନ୍ ର ଆବଶ୍ୟକତା ପଡ଼େ ନାହିଁ ? ଆପଣ ମାନେ ୟୁପିଆଇ ପେମେଣ୍ଟ୍ ଅଫଲାଇନ୍ ମୋଡ୍ ରେ ବି କରିପାରିବେ । ୟୁଜର୍ ମାନେ *99# ୟୁଏସଏସଡି କୋଡ୍ କୁ ବ୍ୟବହାର କରି ଅଫଲାଇନ୍ ରେ ପେମେଣ୍ଟ୍ କରିପାରିବେ । ହେଲେ ଗୋଟିଏ କଥା ହେଉଛି ଅଫଲାଇନ୍ ରେ ପେମେଣ୍ଟ କରିବା ପାଇଁ ୟୁଜର୍ ଙ୍କ ମୋବାଇଲ୍ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସହିତ ଲିଙ୍କ୍ ରହିଥିବା ଆବଶ୍ୟକ । ସ୍ଲୋ ଇଣ୍ଟରନେଟ୍ ହେତୁ ଯଦି ଆପଣ ୟୁପିଆଇ ଆପ୍ କୁ ଆକ୍ସେସ୍ କରିପାରୁନାହାନ୍ତି ଓ ୟୁପିଆଇ ଜରିଆରେ ହିଁ ପେମେଣ୍ଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟକୁ ଆପଣାନ୍ତୁ ।

Leave a Reply

Your email address will not be published. Required fields are marked *