ଅପରାଧଦେଶ- ବିଦେଶ

ଆନ୍ଧ୍ରର ପୂର୍ବତନ ବିଧାୟକ ଗିରଫ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଲିଙ୍କ୍ରେ ଆନ୍ଧ୍ରର ପୂର୍ବତନ ବିଧାୟକ ହେଲେ ଗିରଫ। ବିଶାଖାପାଟଣାରୁ ଗିରଫ କଲା ଓଡ଼ିଶା କ୍ରାଇମ୍ବ୍ରାଞ୍ଚ  ଅର୍ଥନୈତିକ ଅପରାଧ ଶାଖା। ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ହେଲେ ବିଜୟ ପ୍ରସାଦ ମଲ୍ଲ। ବିଜୟ ମଲ୍ଲଙ୍କ ଭାଇଜାଗ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି। ଯାଞ୍ଚ ସମୟରେ ତାଙ୍କ ଘରୁ ୪୫ ଲକ୍ଷ ଜବତ ହୋଇଛି। ତାଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ୨୦୦୧ରେ ଆରମ୍ଭ ହୋଇଥିଲା ୱେଲଫେୟାର କମ୍ପାନୀ। ଏହାର ଏମ୍‌ଡି ଥିଲେ ବିଜୟ ମଲ୍ଲ। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ୫ଟି ମାମଲା ରହିଛି। ୨୦୧୯ ନିର୍ବାଚନରେ ବିଶାଖାପାଟଣାରୁ ନିର୍ବାଚନ ଲଢିଥିଲେ ବିଜୟ ମଲ୍ଲ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଶାଖାପାଟଣା ପଶ୍ଚିମର ବିଧାୟକ ଥିଲେ। ୨୦୧୯ରେ ତାଙ୍କ ନାଁରେ ମାମଲା ହୋଇଥିଲା। ୧୨୦୦ କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନିତୀ ମାମଲା ନେଇ ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *