ରାଜ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୮ କରୋନା ପଜିଟିଭ୍‌ ଚିହ୍ନଟ, ୭ ମୃତ

ଭୁବନେଶ୍ବର : ରାଜ୍ୟରେ ପଜିଟିଭ ହାର ୧.୧୧ ପ୍ରତିଶତ। ଗତ ୨୪ ଘଣ୍ଟାରେ ୬୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୬୩୮ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୯୩ ଜଣ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୫୭ ହଜାର ୩୦୩ କୋଭିଡ୍‌ ଟେଷ୍ଟିଂ ହୋଇଛି। ଏବେ ଆକ୍ଟିଭ୍‌ କେସ୍‌ ରହିଛି ୬ ହଜାର ୯୦୦ ।

Leave a Reply

Your email address will not be published. Required fields are marked *