ଦେଶ- ବିଦେଶ

କାବୁଲରେ ତୃତୀୟ ବିସ୍ଫୋରଣ: ୬୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟି ଯାଇଛି ଆଉ ଏକ ବିସ୍ଫୋରଣ। ଏହାକୁ ମିଶାଇ ଆଜିର ଦିନରେ ଘଟିଛି ୩ଟି ବିସ୍ଫୋରଣ। ଏହି ବିସ୍ଫୋରଣରେ ଅନ୍ୟୁନ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ ଆମେରିକୀୟ ଯବାନ ରହିଥିବା କୁହ ଯାଇଛି। ଶତାଧିକ ଲୋକ ଆହତ ହୋଇଥିବା ବେଳେ ୨୦ ରୁ ଅଧିକ ଆମେରିକୀୟ ଯବାନ ଆହତ ହୋଇଛନ୍ତି। ପୂର୍ବରୁ ଗୁରୁବାର ସଂଧ୍ୟାରେ ଦୁଇଟି ପୃଥକ୍ ଆକ୍ରମଣରେ ୧୩ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହା ମଧ୍ୟରେ ଗୋଟିଏ ସୁସାଇଡ ବମ୍ୱର ଥିବା ବେଳେ ଅନ୍ୟଟି କାର ବୋମା ଆକ୍ରମଣ ରହିଥିଲା। ହଜାର ହଜାର ଆଫଗାନି ନାଗରିକ ଦେଶ ଛାଡୁଥିବା ବେଳେ ଏଭଳି ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପାଇଁ ISIS କୁ ଦାୟୀ କରିଛି ତାଲିବାନ।

Leave a Reply

Your email address will not be published. Required fields are marked *