ରାଜ୍ୟ

ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ ରାହୁରେଖା ଲାଗି ନୀତି

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତଥି ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ଅପରାହ୍ନରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ସେବା କରିବେ। ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *