ଖେଳ

ଇଂଲଣ୍ଡ ନିୟନ୍ତ୍ରଣରେ ୩ୟ ଟେଷ୍ଟ

ଲିଡ୍ସ : ଲିଡସର ହେଡିଂଲେ ଗ୍ରାଉଣ୍ଡଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟରେ ପରାଜୟ ଏଡ଼େଇବାକୁ ସଂଘର୍ଷ କରୁଛି ଭାରତୀୟ ଦଳ । ଇଂଲଣ୍ଡ ଦଳ ଆଜି ୪୩୨ ରନରେ ଅଲଆଉଟ ହେବା ପରେ ଭାରତଠାରୁ ୩୫୪ ରନରେ ଆଗୁଆ ରହିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ କୌଣସି ଓ୍ବିକେଟ ନ ହରାଇ ୩୦ ରନ କରିଛି । ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବ୍ୟାଟିଂ ଜାରି ରଖିଛନ୍ତି । ଏହି ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ନିଜର ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲ ଆଉଟ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୩୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୧୨୧ ରନ କରିଥିଲେ । ଭାରତ ପକ୍ଷରୁ ସାମି ୪ଟି ତଥା ବୁମରା, ସିରାଜ ଓ ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ଟେଷ୍ଟ ମ୍ୟାଚ ଶେଷ ହେବାକୁ ଆହୁରି ୩ ଦିନ ( ଆଜିକୁ ମିଶାଇ) ଥିବାବେଳେ ପରାଜୟ ଏଡ଼େଇବାକୁ ଭାରତୀୟ ଦଳକୁ ଲଢୁଆ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *