ଦେଶ- ବିଦେଶ

ଆସାମରେ ଆତଙ୍କୀ ଆକ୍ରମଣ, ୫ ମୃତ

ଗୌହାଟି: ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ନିର୍ବିଚାର ଭାବେ ୭ଟି ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଗୁଡ଼ିକରେ ନିଆଁ ଲଗାଇ ଦେବାରୁ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯିବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୁଲିସ କହିଛି, ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ବ୍ୟକ୍ତି ଟ୍ରକ୍‌ଗୁଡ଼ିକୁ ଅଟକାଇ ନିର୍ବିଚାର ଭାବେ ଗୁଳି ଚଳାଇଥିଲେ। ସେଥିରୁ ୬ଟି ଟ୍ରକ୍‌ରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକ୍‌ରେ କୋଇଲା ଯାଉଥିଲା। ଡିମା ହାସାଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୟନ୍ତ ସିଂହ କହିଛନ୍ତି, କିଛି ସମୟ ପାଇଁ ଟ୍ରକ୍‌ ଉପରକୁ ଗୁଳି ଚଳାଇବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ଘଟଣାରେ ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି। ମୃତାହତମାନେ ହେଉଛନ୍ତି ଉକ୍ତ ଟ୍ରକଗୁଡ଼ିକର ଡ୍ରାଇଭର୍‌ ଓ ହେଲ୍‌ପର୍‌।

Leave a Reply

Your email address will not be published. Required fields are marked *