ମହାନଗରରାଜ୍ୟ

ଏସସିବିରେ ଟିକାକରଣ ଜନିତ ମୃତ୍ୟୁ ଅଭିଯୋଗ

କଟକ : କଟକର ଏସସିବି ମେଡିକାଲରେ ଏକ ଟିକାକରଣ ଜନିତ ମୃତ୍ୟୁ ଅଭିଯୋଗ ଆସିଛି । ଏସସିବି କେନ୍ଦ୍ରରେ ଟିକା ନେବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବ୍ୟକ୍ତି ଜଣକ ଟିକା ନେବାର ୧୫ ମିନିଟ ଟିକାକରଣ କେନ୍ଦ୍ରରେ ବସିଥିଲେ । ଅସୁସ୍ଥ ହେବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆ ଯାଇଥିଲା । ସେଠାରେ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଥିଲେ । କାଜୁଆଲିଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦ୍ୱିତୀୟ ଡୋଜ ଟିକା ନେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ପରିବାର ଲୋକଙ୍କ ପକ୍ଷରୁ ଟିକାକୁ ନେଇ ଅଭିଯୋଗ ଆସିଥିଲେ ହେଁ, ପୋଷ୍ଟ ମର୍ଟମ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *