ଦେଶ- ବିଦେଶ

ଅଗଷ୍ଟ ୫ ତାରିଖର ବିଶେଷତା ବଖାଣିଲେ ମୋଦୀ

ନୂଆଦିଲ୍ଲୀ : ଅଗଷ୍ଟ ୫ ତାରିଖ ଏକ ଖାସ୍ ଦିନରେ ପରିଣତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କିଛି ମନ୍ତବ୍ୟ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ଏହି ଦିନରେ ଭାରତକୁ ହକିରେ ପଦକ ମିଳିବା ସହ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା ଓ ୩୭୦ ହଟାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ହଟାଇ ପ୍ରତ୍ୟେକ ନାଗରିକଙ୍କୁ ସବୁ ଅଧିକାର ଓ ସୁବିଧାର ଅଂଶୀଦାର କରାଯାଇଥିଲା। ଏହି ଦିନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ଆଜି ଅଯୋଦ୍ଧାରେ ଖୁବ୍ ଦ୍ରୁତ ଗତିରେ ରାମ ମନ୍ଦିର ନିର୍ମାଣ ଚାଲିଛି। ଆଉ ପାଖାପାଖି ୪ ଦଶକ ପରେ ଆଜି ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଦିନ ଆସିଛି। ଯେଉଁ ହକି ଦିନେ ଆମ ରାଷ୍ଟ୍ରୀୟ ପରିଚୟ ଥିଲା ଆଜି ଆମ ଯୁବପୀଢ଼ୀ ସେହି ଗୌରବକୁ ପୁଣିଥରେ ହାସଲ କରି ଦେଶକୁ ବହୁତ ବଡ଼ ଉପହାର ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗୋଟିଏ ପଟେ ଆମ ଦେଶର ଯୁବପୀଢ଼ୀ ଦେଶର ଗୌରବକୁ ଫେରାଇ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ଗୋଲ୍ କରୁଛି। ଅନ୍ୟପଟେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ରାଜନୈତିକ ସ୍ୱାର୍ଥକୁ ପୂରଣ କରିବା ପାଇଁ ସେଲ୍ଫ ଗୋଲ୍ କରୁଛନ୍ତି।

Leave a Reply

Your email address will not be published. Required fields are marked *