ଦେଶ- ବିଦେଶ

ମୋବାଇଲ୍ ନିଶା ହେଲା କାଳ

ରାଜସ୍ଥାନ : ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ । କୂଅଟି ୧୫୦ ବର୍ଷ ତଳର ହୋଇଥିବା ବେଳେ ଏଥିରେ ଯୁବକ ଜଣକ ଖସି ପଡ଼ିବା ପରେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଖୁବ୍ ଚେଷ୍ଟା କରିବା ପରେ ଯାଇ ଦଉଡି ସାହାଯ୍ୟରେ ଯୁବକଙ୍କୁ କୂଅରୁ ବାହାରକୁ କଢ଼ାଯାଇଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଯୁବକଙ୍କୁ ୧୨୦ ଫୁଟ୍ ତଳୁ କୂଅରୁ ବାହାର କରିବାକୁ ୨ ଘଣ୍ଟା ସମୟ ଲାଗିଥିଲା । ପୋଲିସ୍ ମୃତ ଦେହକୁ ବାହାର କରିବା ପରେ ପୋଷ୍ଟମଟମ୍ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମୃତ ଦେହକୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ନାଁ ଦିନେଶ ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ । ଏହି ମାମଲାରେ ପୋଲିସ୍ ଯାଞ୍ଚ କରିଥିଲା । ଆଉ ରିପୋର୍ଟ ପ୍ରକାଶ କରିଥିଲା । ସେଥିରେ ଉଲ୍ଲେଖ ରହିଛି ଯେ, ଦିନେଶ କୂଅ ପାଖରେ ମୋବାଇଲ୍ ରେ କଥା ହେଉଥିବା ସମୟରେ ଗୋଡ଼ ଖସିଯାଇଥିଲା । ଆଉ ସେ କୂଅରେ ପଡ଼ିଯାଇଥିଲା ।

Leave a Reply

Your email address will not be published. Required fields are marked *