ରାଜ୍ୟ

ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ କରିବେ ସମ୍ବୋଧନ । କୋଭିଡ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ପର୍ଯ୍ୟାୟ କ୍ରମେ ଜାରି ରହିଛି ଅନଲକ ପ୍ରକ୍ରିୟା । ସେପଟେ ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ଲହର ମଧ୍ୟ ଖୁବ ଶୀଘ୍ର ଆସିପାରେ । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କୋଭିଡରୁ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

Leave a Reply

Your email address will not be published. Required fields are marked *