ଦେଶ- ବିଦେଶ

ଦେବଦୂତ ସାଜିଲେ ଆରପିଏଫ

ନୂଆଦିଲ୍ଲୀ: କୁହଯାଏ ଭଗବାନ କେତେବେଳେ ବି କେଉଁ ରୂପରେ ଆସି ମନୁଷ୍ୟକୁ ବିପଦରୁ ଉଦ୍ଧାର କରିଥାନ୍ତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ସିକନ୍ଦରାବାଦ ଷ୍ଟେସନରେ । ଯେଉଁଠାରେ ଜଣେ ଆରପିଏଫ କନଷ୍ଟେବଳ ଦେବଦୂତ ଭଳି ଆସି ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି ମହିଳା ଜଣକୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ମହିଳା ଜଣକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଟ୍ରେନ ତଳକୁ ଚାଲିଯାଇଥିଲେ । ଆଉ ସେହି ସମୟରେ ସେଠାରେ ଥିବା କନଷ୍ଟେବଳ ସାହସିକତାର ସହ ମହିଳାଙ୍କୁ ଟ୍ରେନ ତଳୁ ବଞ୍ଚାଇ ଆଣିଥିଲେ, ଫଳରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ମହିଳା ଜଣକ । ପାଖରେ ଥିବା ଆଉଜଣେ ମଧ୍ୟ ଟ୍ରେନ ଅଟକାଇବାକୁ ଇଶାରା କରୁଥିଲେ । ଅଉ ଏହି ସଂପୂର୍ଣ୍ଣ ଘଟଣା ରେକର୍ଡ ହୋଇଛି ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରେ । ସେପଟେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାପରେ ଲୋକେ ଆରପିଏଫ ଯବାନଙ୍କ ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି । କିଛି ୟୁଜର୍ସ କହିଛନ୍ତି ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବା କାମ କେବଳ ଯବାନ ହିଁ କରିପାରିବେ ।

Leave a Reply

Your email address will not be published. Required fields are marked *