ରାଜ୍ୟ

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚିଠି ଲେଖିଥିବା ଜଣାପଡିଛି । ମେ’, ଜୁନ ଓ ଜୁଲାଇ ମାସରେ ସାର ଯୋଗାଣ କମ୍ ହୋଇଛି । ଏଥିପାଇଁ ରାଜ୍ୟକୁ ତୁରନ୍ତ ସାର ଯୋଗାଇବାକୁ କେନ୍ଦ୍ରକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଖରିଫ ଋତୁ ସମୟରେ ମାତ୍ର ୧,୪୫,୧୪୫ ମେଟ୍ରିକ ଟନ୍ ସାର ମିଳିଛି । ଆବଶ୍ୟକ ଚାହିଦାର ମାତ୍ର ୬୨% ୟୁରିଆ କେନ୍ଦ୍ର ଦେଇଛି। ଅନ୍ୟ ସାର ମାତ୍ର ୬୦ରୁ ୭୪% ମିଳିଥିବା ଚିଠିଲେ ଉଲ୍ଲେଖ ରହିଛି । ବାତ୍ୟା ୟାସ୍ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କୁ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *