ଅପରାଧରାଜ୍ୟ

ପୋଲିସ କବଜାରେ ରେଳମନ୍ତ୍ରୀଙ୍କ ପିଏ

ଭୁବନେଶ୍ୱର : ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା ଯୁବକକୁ ଗିରଫ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଶତପଥୀକୁ ଗିରଫ କରିଛି ପୋଲିସ । ରେଳ ଅଧିକାରୀଙ୍କ ବଦଳି ଓ ପ୍ରମୋସନ କରାଇବାକୁ କହି ସେ ଟଙ୍କା ନେଉଥିଲା । ଅଭିଯୁକ୍ତ ଗୋପାଳ ଦିଲ୍ଲୀରେ ରହି ଗ୍ୟାଙ୍ଗ ତିଆରି କରୁଥିଲା । କିନ୍ତୁ ଏହି ଠକେଇ ମାମଲାରେ ଚନ୍ଦ୍ରଶେଖର ପୋଲିସକୁ ମିଳିଛି ବଡ଼ ସଫଳତା । ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଲୋଭ ଦେଖାଉଥିବା ବେଳେ ଫସିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ । ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *