ଖେଳ

ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଟିମ୍ ଇଣ୍ଡିଆର ଆଉ ୨ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ:  ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି । ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ। ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *