ରାଜ୍ୟ

ଆନ୍ଧ୍ର ରାମ୍ପେଲିରେ ୬ ଓଡ଼ିଆ ଶ୍ରମିକଙ୍କ ଜୀବନ ଚାଲିଗଲା

ଗୁଣପୁର : ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗୁଣପୁରର ୬ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍ ସର୍ଟ ଶର୍କିଟ୍ ଯୋଗୁ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଖବର ଆନ୍ଧ୍ରର ସମ୍ପୃକ୍ତ ଅଞ୍ଚଳ ସମେତ ରାୟଗଡ଼ା ଜିଲ୍ଲାରେ ଶୋକ ଖେଳାଇ ଦେଇଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ରାମ୍ପେଲିରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଓଡ଼ିଶାର କେତେକ ଶ୍ରମିକ କାମ କରୁଥିଲେ । କିନ୍ତୁ ଦୁର୍ଘଟଣା ଘଟିବାରୁ ରାୟଗଡ଼ା ଗୁଣପୁର ଅଞ୍ଚଳର ୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ତରାମାଳର ୩, ଫୁଲଫୁଟିରୁ ୩ ଏବଂ ଜଣେ ଗୁଣପୁରର ଶ୍ରମିକ ରହିଥିବା ଜଣାପଡ଼ିଛି । ଏହି ସୂଚନା ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *