ମହାନଗରରାଜ୍ୟ

ଟ୍ୱିନ୍‌-ସିଟିରେ ସଂକ୍ରମଣକୁ କମାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ କାମ କରୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ ସମ୍ପୂର୍ଣ୍ଣ ବାଉଣ୍ଡରି ଟାଣିବା ବଡ଼ କଷ୍ଟ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଏମିତି ଲହର ଆସେ । ତାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନି । ଏହାର ପ୍ରଭାବ ସମାଜରେ କିଛିଟା ରହିବ । ଆମର ସଂକ୍ରମଣ ହାର ୨.୪ ରେ ଚାଲୁଛି । କିନ୍ତୁ ଏଥିପାଇଁ ଆମେ ଖୁସି ହେବା କଥା ନୁହେଁ । ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ତିନିଅଙ୍କରେ ସଂକ୍ରମଣ ସଂଖ୍ୟା ରହୁଛି । ଏଠି ପିଜିଟିଭ୍ ରେଟ ହାଇ ରହୁଛି । ସେଥିପାଇଁ ସବୁବେଳେ ଆମକୁ ସଜାଗ ରହିବାକୁ ହେବ । କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେହିଦିଗରେ କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଛନ୍ତି । ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି । କୁହାଯାଇପାରିବ ଏହା ଟିକାର ପ୍ରଭାବ ଓ ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ହୋଇଛି । ତେଣୁ ଲୋକମାନଙ୍କ ଭିତରେ ଆଣ୍ଟିବଡି ଡେଭଲପ ହେଉଛି । ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି । ବୟସ୍କ ଲୋକମାନଙ୍କର ଆଣ୍ଟିବଡି ଅଧିକ ଡେଭଲପ ହୋଇଛି, କାରଣ ସେମାନଙ୍କୁ ପ୍ରଥମେ ଟିକା ଦିଆଯାଇଛି ।

Leave a Reply

Your email address will not be published. Required fields are marked *