ରାଜ୍ୟ

ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ

ପୁରୀ : ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗିରହିଛି । ପତିତପାବନଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଭକ୍ତ । ଏହା ସହ ତିନି ରଥରୁ ସାରଥୀ ଓ ଘୋଡା ଖୋଲାସରିଛି । ଆଜି ନୀଳାଚଳ ଅବଢ଼ା ପାଇଁ ଅବଢା ଯୋଗାଇବା ପାଇଁ ସୁବନ୍ଦୋବସ୍ତ କରାଯାଇଛି । କେବଳ ଉତ୍ତର ଦ୍ୱାରରେ ଟୋକନ ଜରିଆରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବେ ।

Leave a Reply

Your email address will not be published. Required fields are marked *