ଦେଶ- ବିଦେଶ

ପର୍ଣ୍ଣୋଗ୍ରାଫିକୁ ନେଇ ଭାରତରେ ରହିଛି କଡ଼ା ନିୟମ

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ଶିଳ୍ପପତି ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ଭଳି ଏକ ଗୁରୁତର ମାମଲାରେ ଫସିଛନ୍ତି । ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଗିରଫ କରିଛି । ପୁଲିସ୍ ପାଖରେ ରାଜ୍ ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଏବେ ପୁଲିସ୍ ଏହି ମାମଲାକୁ ଖୋଳତାଡ଼ କରୁଛି । ତେଣୁ ପ୍ରତିଦିନ ଏହାକୁ ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ନିର୍ମାଣ ଏବଂ ଆପ୍ ରେ ପ୍ରସାରଣ କରିବା କାରବାରର କନେକ୍ସନ୍ ଲଣ୍ଡନ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି । ଭାରତରେ ଏହାକୁ ନେଇ ଥିବା ବିଭିନ୍ନ ନିୟମକାନୁନ୍ କାରଣରୁ ସେ ବିଦେଶରେ ଏହାର ବେପାର କରୁଥିଲେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଭାରତରେ କଣ ରହିଛି ପର୍ଣ୍ଣୋଗ୍ରାଫୀ କୁ ନେଇ ନିୟମ ଓ ଅଧିନିୟମ ଏବଂ ଏହାର ଦଣ୍ଡ ପ୍ରାବଧାନ । ସାଇବର ପର୍ଣ୍ଣୋଗ୍ରାଫି ଆକ୍ଟ, ଯାହା ଅଧୀନରେ ରାଜ କୁନ୍ଦ୍ରାଙ୍କ ଉପରେ ଅଭିଯୋଗ ଅଣାଯାଇଛି । ଏହା ହେଉଛି ସେହି ନିୟମ ଯାହା ଅଧୀନରେ ସାଇବର ସ୍ପେସ୍ ବ୍ୟବହାର କରି କିମ୍ବା ମାଧ୍ୟମରେ ଅଶ୍ଳୀଳ ଭିଡିଓ ତିଆରି କରିବା, ତାକୁ ପ୍ରସାରଣ କରିବା ଏବଂ ସେୟାର ଓ ଆମଦାନୀ କରାଯାଏ । ସାଇବର ସ୍ପେସର ଆଗମନ ପରେ ପରମ୍ପରାଗତ ଅଶ୍ଳୀଳ କଣ୍ଟେଣ୍ଟ୍ କୁ ଅଧିକ ମାତ୍ରାରେ ବ୍ୟବହାର କରି ସେସବୁକୁ ଅନଲାଇନ୍ ଓ ଡିଜିଟାଲ୍ ପର୍ଣ୍ଣୋଗ୍ରାଫିକ୍ କଣ୍ଟେଣ୍ଟ୍ ରେ ପରିଣତ ରୁପାନ୍ତରିତ କରାଯାଉଛି । ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ଏହି ଭଳି ଜିନିଷ ସେୟାର୍ କିମ୍ବା କାରବାର କରୁଛି ତାକୁ କଠୋର ଦଣ୍ଡ ଦିଆଯାଉଛି । କିନ୍ତୁ ଅନ୍ୟ ପକ୍ଷରେ ଅଶ୍ଳୀଳ ଭିଡିଓ ରଖିବା କିମ୍ବା ତାକୁ ଡାଉନଲୋଡ୍ କରିବା ଦେଖିବା ଦଣ୍ଡ ନୂହେଁ । ଏଥିପାଇର୍ କୌଣସି ଦଣ୍ଡର ପ୍ରାବଧାନ ନାହିଁ । ଆଉ ଯଦି କଣ୍ଟେଣ୍ଟ୍ ରେ କୌଣସି ପିଲା ସାମିଲ୍ ରହିଛନ୍ତି ତେବେ ତାକୁ ଅପରାଧ ଶ୍ରେଣୀରେ ନିଆଯାଇଥାଏ । ଏହି ପରିସ୍ଥିତିରେ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।

Leave a Reply

Your email address will not be published. Required fields are marked *