ଦେଶ- ବିଦେଶରାଜନୀତି

ମୋଦୀ ମନ୍ତ୍ରୀମଣ୍ଡଳର ବଡ଼ ନିଷ୍ପତ୍ତି, ଲଦାଖରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୭୫୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଲଦାଖରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସୁଯୋଗ ପ୍ରଦାନ କରିବ। ସେ ଆହୁରି କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ସେଠାରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ।

ଅନ୍ୟ ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏକ ସମନ୍ୱିତ ବହୁମୁଖୀ ନିଗମ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଗମ ଲଦାଖରେ ପର୍ଯ୍ୟଟନ, ଶିଳ୍ପ, ପରିବହନ ସୁବିଧା ବିକାଶ ଏବଂ ସ୍ଥାନୀୟ ଉତ୍ପାଦ ଏବଂ ହସ୍ତତନ୍ତର ମାର୍କେଟିଂ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଭିତ୍ତିଭୂମି ସୃଷ୍ଟି କରିବ । ଏହାର ପ୍ରତିଷ୍ଠା ଲଦାଖରେ ଦ୍ରୁତ ବିକାଶ ପାଇଁ ପଥ ପରିଷ୍କାର କରିବ। ଏଥି ସହିତ ଏହି ଅଞ୍ଚଳର ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ହେବ।

Leave a Reply

Your email address will not be published. Required fields are marked *