ରାଜ୍ୟ

ବିଦ୍ୟାଭାରତୀଙ୍କ ଦ୍ୱିତୀୟ ଚିଠି : ‘ପୁରୀ ମନ୍ଦିରରେ ଦାସୀ ହେବି’…

ଭୁବନେଶ୍ୱର : ଏସିଏଫଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଗୁମର ଯେତିକି ଫିଟୁଛି ସେତିକି ଆଶ୍ଚର୍ଯ୍ୟ କରାଉଛି ତାଙ୍କ ସ୍ତ୍ରୀଙ୍କ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଚିଠି। ପ୍ରଥମେ ବିଦ୍ୟାଭାରତୀଙ୍କ ଅଡିଓ ଭାଇରାଲ୍ ହେଲା, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ଭଲ ପାଉଥିବା ସଂକେତ ଦେଇଥିଲେ । ପରେ ବୁଧବାର ସାମ୍ନାକୁ ଆସିଲା ଏକ ଚିଠି, ଯେଉଁଥିରେ ସେ କହୁଥିଲେ ଆଇ ହେଟ୍ ୟୁ… ଅର୍ଥାତ୍ ପୃଥିବୀର ସବୁଠୁ ଅଧିକ ଘୃଣା ସେ ତାଙ୍କ ସ୍ୱାମୀଙ୍କୁ କରୁଥିବା ନେଇ ଚର୍ଚ୍ଚା ହେଲା । କିନ୍ତୁ ଗୁରୁବାର ବିଦ୍ୟାଭାରତୀଙ୍କ ଦ୍ୱିତୀୟ ଚିଠି ଆସିଛି ସାମ୍ନାକୁ, ଯେଉଁଥିରେ ସେ ଲେଖିଛନ୍ତି ଯେ- ହେ ପ୍ରଭୁ ଡିଭୋର୍ସ କରାଇଦିଅ ।

ଗୋଟିଏ ପଟେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ ତାଙ୍କ ସରକାରୀ କ୍ୱାର୍ଟର୍ସରେ ତନାଘନା ଚଳାଇଥିବାବେଳେ ସ୍କାନର୍ରେ ରହିଥିବା ଡିଏଫଓଙ୍କୁ ମଧ୍ୟ ଜେରା କରିବ ବୋଲି ଜଣାପଡ଼ିଛି । ସେହିପରି ସରକାରୀ କ୍ୱାର୍ଟର୍ସରେ ହିଁ ସୌମ୍ୟ ପୋଡ଼ି ହୋଇ ପ୍ରାଣ ହରାଇଥିବା କ୍ରାଇମବ୍ରାଞ୍ଚ୍ ସ୍ପଷ୍ଟ କରିଛି । ପୂର୍ବରୁ ପୋଲିସ୍ ସେଠାରୁ କିରୋସିନି ଜବତ କରିଥିଲା । ଅନ୍ୟପକ୍ଷରେ ବିଦ୍ୟାଭାରତୀଙ୍କ ବାପଘରକୁ ଯାଇ ତନାଘନା କରିଥିଲା ପୋଲିସ୍ । କିନ୍ତୁ ଗୋଟିଏ ପରେ ଗୋଟିଏ ଚିଠି ସାମ୍ନାକୁ ଆସିବା ପରେ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । ହେ ଭଗବାନ ଡିଭର୍ସ କରେଇ ଦିଅ… ପ୍ରଭୁ ତୋ ପାଖରେ ଋଣୀ ରହିଯିବି… ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ବୋଲି ଚିଠିରେ ଉଲ୍ଲେଖ ରହିଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *