ରାଜ୍ୟ

ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ

ପୁରୀ : ଜନ୍ମବେଦିରେ ଲୀଳାଖେଳା ସାରି ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ । ମହଣ ମହଣ ସୁନାରେ ଆଭୁଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ । ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ଏନେଇ ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟେର ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୁପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ । ୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ୫ଟା ୩୦ସୁଦ୍ଧା ଶେଷହେବ। ରାତି ୧୨ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳିବ। ବିଳମ୍ବିତ ରାତିରେ ରଥଉପରେ ଗରୁଡ ଶୟନ ନୀତି ସମ୍ପନ୍ନ ହେବା କାର୍ଯ୍ୟକ୍ରମ ରହିଛି। ସାନ୍ଧ୍ୟ ଆଇନ ବଳବତ୍ତର ଥିବାରୁ କୌଣସି ଭକ୍ତଙ୍କୁ ରଥ ନିକଟକୁ କିମ୍ବା ବଡଦାଣ୍ଡକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।

Leave a Reply

Your email address will not be published. Required fields are marked *