ରାଜ୍ୟ

କରୋନା କଟକଣାକୁ ଫୁ’ ! ରଥ ଉପରୁ ଫଟୋ ଭାଇରାଲ

ପୁରୀ : କୋଭିଡ କଟକଣା ସହ ସରିଛି ରଥଯାତ୍ରା । ପ୍ରଶାସନର ଏତେ କଡା କଟକଣା ପରେ ବି ରଥ ଉପରର ଫଟୋ ଭାଇରାଲ ହୋଇଛି । ଶ୍ରୀବଳଭଦ୍ରଙ୍କ ରଥରେ ଚଢ଼ି ୨ ଯୁବକ ସେଲ୍ଫି ନେଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ବଳଭଦ୍ରଙ୍କ ସିଂହାସନରେ ବସି ଦୁଇ ଯୁବକ ଫଟୋ ଉଠାଇଛନ୍ତି । ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି ଉଭୟ ଯୁବକ । ତେବେ ଉଭୟ ଯୁବକ ସେବାୟତ କି ନୁହେଁ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ । ମହଣ ମହଣ ସୁନାରେ ଆଭୁଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ । ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ଏନେଇ ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *