ମହାନଗରରାଜ୍ୟ

କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକ୍‌ମୋ ମେସିନ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମିତ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଇକ୍‌ମୋ ମେସିନ୍‌ ପ୍ରତିଷ୍ଠା କରିବା ସହ ରାଜ୍ୟକୁ ଇକ୍‌ମୋ ହବ୍‌ କରିବାକୁ ଯୋଜନା କରାଯାଇଛି । କେବଳ କଟକରେ ୯ଟି ଇକ୍‌ମୋ ମେସିନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ସୋମବାର ଏସ୍‌ସିବିକୁ ଗୋଟିଏ ଇକ୍‌ମୋ ମେସିନ୍‌ ଆସି ପହଞ୍ଚିଛି । ବାକି ସବୁ ଇକ୍‌ମୋ ମେସିନ୍‌ ଜୁଲାଇ ଶେଷ ସୁଦ୍ଧା ପହଞ୍ଚିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *