ଦେଶ- ବିଦେଶ

କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ : କେରଳରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି। ହେଲେ କେରଳ ସରକାର ବକରିଦରେ ଲକଡାଉନ କୋହଳ କରାଯିବା ନିଷ୍ପତ୍ତିରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ମଙ୍ଗଳବାର ତାଗିଦ୍ କରି କହିଛନ୍ତି, ଏହା  ବିଡମ୍ବନରା କଥା ଯେ, କେରଳ ସରକାର ବ୍ୟବସାୟୀ ସଂଗଠନର ଚାପରେ ନଇଁଗଲେ। ଏହି ଅଞ୍ଚଳରେ ମଧ୍ୟ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା ଯେଉଁଠି କରୋନା ପଜିଟିଭ ହାର ୧୫ ପ୍ରତିଶତରୁ ଅଧିକ ରହିଛି। ବକ୍ରି-ଇଦ୍ ରେ ଲକଡାଉନ କୋହଳ କରାଯାଇ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦିଆଗଲା ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟ ବକ୍ରି-ଇଦ୍ କୁ ଦୃଷ୍ଟିରେ ରଖି ଲକଡାଉନରେ କୋହଳ ଦିଆଯିବା ନେଇ କେରଳ ସରକାରଙ୍କ କଡା ଭର୍ତ୍ସନା କରିଛନ୍ତି। ଆଶ୍ଚର୍ଯ୍ୟକର କଥା ଯେ, ରାଜ୍ୟ ସରକାର ଟ୍ରେଡର୍ସଙ୍କ ଚାପର ବଶବର୍ତ୍ତୀ ହୋଇଲେ। ପୁଣି କେରଳ ସରକାରଙ୍କ ଏହି ମାମଲାରେ ଦାଖଲ କରିଥିବା ସତ୍ୟପାଠ ଚିନ୍ତାଜନକ ଅଟେ। କେରଳ ସରକାର ଯେଉଁ କାରଣ ଉଲ୍ଲେଖ କରିଛନ୍ତି ତାହା ଭାରତର ସମସ୍ତ ନାଗରିକଙ୍କ ଜୀବନର ଅଧିକାରର ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ। କେରଳ ସରକାର ବକ୍ରି-ଇଦ୍ ଅବସରରେ ଏହି ଧରଣର କୋହଳ ଦେଇ ଦେଶର ନାଗରିକଙ୍କ ପାଇଁ ଦେଶବ୍ୟାପୀ କରୋନାର ବିପଦକୁ ବଢାଇ ଦେଇଛନ୍ତି ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆମେ କେରଳ ସରକାରକୁ ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ନିହିତ ଜୀବନର ଅଧିକାରକୁ ଧ୍ୟାନରେ ରଖି ନିର୍ଦ୍ଦେଶ ଦେଉଛୁ। ଯଦି ବକ୍ରି-ଇଦ୍ ପାଇଁ ରାଜ୍ୟ ଦ୍ଵାରା ଦିଆଯାଇଥିବା କୋହଳରୁ କରୋନା ବ୍ୟାପେ ତେବେ କେରଳ ସରକାର  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *