ରାଜ୍ୟ

ବିଦ୍ୟାଙ୍କ ପାଲଟା ଅଭିଯୋଗ ପରେ ଏପରି ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ବାପା-ମା….

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପାଲଟା ଅଭିଯୋଗ କରିଛନ୍ତି । ବୋହୂ ବିଦ୍ୟାଭାରତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ପିତା-ମାତା । ପାଲଟା ଅଭିଯୋଗ ପରେ ସୌମ୍ୟଙ୍କ ମାଆ କହିଛନ୍ତି ଯେ, ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ରହିବା କଥା ସମ୍ପୂର୍ଣ୍ଣ ମିଛ । ଯଦି ସେମିତି କିଛି ବୋହୂ ଜାଣିଥିଲା, ତେବେ ମୋତେ କହିନଥିଲା କହିଁକି? ମୋ ପୁଅର ସାଙ୍ଗମାନେ ତାକୁ ଫୋନ୍ କରନ୍ତି ଓ ରାକ୍ଷୀ ବାନ୍ଧନ୍ତି । ସେମିତି କୋଉ ଝିଅ ସହ ସମ୍ପର୍କ ଥିବା କଥା ଆମେ ଜାଣିନୁ । ମାମଲାରୁ ଖସି ଯିବାକୁ ବୋହୂ ବିଦ୍ୟାଭାରତୀ ନୂଆ ଚାଲ୍ କରୁଛି ବୋଲି ସୌମ୍ୟଙ୍କ ମା କହିଛନ୍ତି । ସେହିପରି ସୌମ୍ୟଙ୍କ ବାପା ମଧ୍ୟ ବିଦ୍ୟାଭାରତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ପୁଅ ପୋଡ଼ିଯିବା ପରେ ବୋହୂର ପରବର୍ତ୍ତୀ ହାବଭାବ ନେଇ ସେ ପ୍ରଶ୍ନ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚାଇବା ଆଗ ନା ଗହଣାଗାଣ୍ଠି ଠୁଳେଇବା ଆଗ ବୋଲି ସେ ପ୍ରଶ୍ନ କରିଛନ୍ତି । ମାମଲାରୁ ଖସି ଯିବାକୁ ବିଦ୍ୟା ନୂଆ ଅଭିଯୋଗ ଆଣିଛି ବୋଲି ସୌମ୍ୟଙ୍କ ବାପା କହିଛନ୍ତି । ତେବେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ବିଦ୍ୟା ନିଜ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିବା ସହ ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା କହିଛନ୍ତି । ବିଦ୍ୟାଙ୍କ ଅଭିଯୋଗ ମୁତାବକ, ଫୋନରେ ସୌମ୍ୟ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି । ଥରେ ଫୋନରେ କଥା ହେବା ବେଳେ ଧରିଥିବା କହିଛନ୍ତି ବିଦ୍ୟା । ଏହ ସହ ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗରେ ବିଦ୍ୟା କହିଛନ୍ତି ଯେ, ‘ଏଟିଏମ କାର୍ଡ ଓ ଆନୁଷଙ୍ଗିକ ଜିନିଷ ପାଇଁ କେବଳ ଘରକୁ ଯାଇଥିଲି । ଏହା ବ୍ୟତିତ ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି । ତାହା ବ୍ୟାଚଲର ପାର୍ଟି ନୁହେଁ ବରଂ ବିବାହ ପରବର୍ତ୍ତି ଭୋଜି ଥିବା ବିଦ୍ୟାଭାରତୀ ସଫେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *