ଅପରାଧରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା : ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ

ନୟାଗଡ଼ : ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟର ସ୍ୱତନ୍ତ୍ର ବିଚାରପତି ସୋମବାର ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଜୋରିମାନ ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ । ୨୦୧୭ ମସିହାରେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୨ନାବାଳକ ଦୁଷ୍କର୍ମ କରି ଭିଡିଓ ରେକର୍ଡ଼ିଂ କରିଥିଲେ । ପରେ ସେହି ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ । ଏନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ନେଇ ଅନୁଗୁଳ ବାଳାଶ୍ରମରେ ଛାଡ଼ିଥିଲା । ସୋମବାର ସେହି ମାମଲାର ରାୟ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *