ଦେଶ- ବିଦେଶ

ଅଗଷ୍ଟ ୧୫ରେ ଦିଲ୍ଲୀ ଉପରେ ହୋଇପାରେ ଡ୍ରୋନ୍ ହମଲା !

ନୂଆଦିଲ୍ଲୀ: ଆସନ୍ତା ମାସରେ ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି ଗୁଇନ୍ଦା ବିଭାଗ ପକ୍ଷରୁ ଦିଲ୍ଲୀ ପୁଲିସ୍ କୁ ଆଲର୍ଟ ଜାରି କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ଉପରେ ଡ୍ରୋନ୍ ହମଲା ହୋଇପାରେ ବୋଲି ଆଗୁଆ ଚେତାବନୀ ଦେଇଛି ଗୁଇନ୍ଦା ବିଭାଗ । ଜମ୍ମୁ ଏବଂ ୟୁପିରେ ଜାମ୍ମୁ ଏବଂ ଉତ୍ତରପ୍ରଦେଶରେ ଆତଙ୍କବାଦୀ କାର୍ୟ୍ୟକଳାପ କରିବାରେ ବିଫଳ ହୋଇଥିବା ଆତଙ୍କବାଦୀମାନେ ଏବେ ଦେଶର ରାଜଧାନୀ ଉପରେ ହମଲା କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର କରୁଛନ୍ତି ।ସୂଚନାଯୋଗ୍ୟ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦିଲ୍ଲୀ ସହିତ ଦେଶର ମେଟ୍ରୋ ସହର ଗୁଡ଼ିକ ଉପରେ ହମଲା କରିବା ନେଇ ଏକ ବଡ଼ ଧରଣର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି । ମାନବ ବୋମା କିମ୍ବା ଟାର୍ଗେଟ୍ କିଲିଂ ଜରିଆରେ ନିଜର ହମଲାକୁ ରୂପ ଦେଇପାରେ । ଏନେଇ ଦିଲ୍ଳୀ ପୁଲିସ୍ ଏବଂ ଗୁଇନ୍ଦା ବିଭାଗକୁ ଏହିଭଳି କିଛି ପୂର୍ବ ପ୍ରସ୍ତୁତି ବିଷୟରେ ସୂଚନା ମିଳିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୈନ୍ୟ ମାନଙ୍କୁ ମୁତୟନ କରାଯାଇଛି । ଅଗଷ୍ଟ ୧୫ ବେଳକୁ ସବୁ ସ୍ଥାନରେ ସୈପ୍ୟ ମୁତୟନ ହୋଇସାରିଥିବେ । ତେବେ ଦିଲ୍ଲୀ ପୁଲିସ୍ ଏହି ସବୁ ପ୍ରତିକୂଳ ପରିସ୍ଥିତିରେ ଆଲର୍ଟ ରହିବାକୁ ଆଗୁଆ ମକ୍-ଡ୍ରିଲ୍ କରିବା ର୍ରମ୍ଭ କରାଯାଉଛି । ସବୁ ପ୍ରକାରର ପ୍ରଦକ୍ଷେପ ଉଠାଯାଉଛି ।

Leave a Reply

Your email address will not be published. Required fields are marked *