ବାଣିଜ୍ୟ

ଫୋନ କିଣିଲେ ମିଳିବ ୧୦ ହଜାର ଡିସକାଉଣ୍ଟ

ନୂଆଦିଲ୍ଲୀ: ଯଦି ଫୋନ୍ କିଣିବକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ବଢିଆ ସୁଯୋଗ । ଫୋନ କିଣିଲେ ୧୦ ହଜାର ଟଙ୍କା ଓ ଲାପଟପ୍ କିଣିଲେ ମିଳିବ ଡିସକାଉଣ୍ଟ ୩୫ ହଜାର ଟଙ୍କାର ଡିସକାଉଣ୍ଟ । ଏମିତି ଆକର୍ଷଣୀୟ ଅଫର ପ୍ରଦାନ କରୁଛି ଆମାଜନ୍ ପ୍ରାଇମ । ଆସନ୍ତା ଜୁଲାଇ ୨୬ ତାରିଖରେ ଆମାଜନ୍ ପ୍ରାଇମ ଡେ ଅବସରରେ କମ୍ପାନୀ ପକ୍ଷରୁ ଏହି ଭଳି ଲୋଭନୀୟ ଅଫର ପ୍ରଦାନ କରାଯାଇଛି । କୌଣସି ପ୍ରାଇମ ଫୋନ୍ କିଣିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଥିବା ବେଳେ ଲାପଟପ୍ ଉପରେ ୩୫ ହଜାର ଟଙ୍କା ଯାଏଁ ରିହାତି ମିଳୁଛି । ସ୍ମାର୍ଟ ଫୋନ୍ ଓ ଲାପଟପ୍ ବ୍ୟତିତ ଆମାଜନ ଇକୋ ଡିଭାଇସ୍, ଘରକରଣା ସାମଗ୍ରୀ, ଫର୍ଣ୍ଣିଚର ଏବଂ ବିଭି୍ନ୍ନ ବୈଦ୍ୟୁତିକ ସାମଗ୍ରୀ ଉପରେ ଏହି ରିହାତି ପ୍ରଦାନ କରାଯାଉଛି । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଏହି ଆମାଜନ ପ୍ରାଇମ ଡେ ସେଲ୍ ଜୁଲାଇ ୨୭ ଯାଏଁ ଉପଲବ୍ଧ ହେବ। ଏହି ଅଫର କାର୍ଯ୍ୟକାରୀ ଥିବା ସମୟରେ ୱାନ ପ୍ଲସ, ସାଓମି, ସାମସଙ୍ଗ, ଆପଲ, ଏଚପି, ବୋଟ୍, ସୋନୀ, ଆମାଜଫିଟ, ଲେନୋଭୋ ପରି କମ୍ପାନୀ ସାମଗ୍ରୀରେ ଏହି ରିହାତି ମିଳିବ । ଏହା ସହିତ ଏଚଡିଏଫସି ବ୍ୟାଙ୍କର ଡେବିଟ ଓ କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *