ରାଜ୍ୟ

ବ୍ରହ୍ମୋସ ସୁପର ସନିକ୍ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଡିଆରଡିଓ ଏବଂ ଋଷ ବୈଜ୍ଞାନିକଙ୍କ ମିଳିତ ସହଭାଗୀତାରେ ନିର୍ମିତ ଭୁପୃଷ୍ଠରୁ ଭୁପୃଷ୍ଠକୁ ଭେଦ କରୁଥିବା କ୍ରୁଜ ମିସାଇଲ ବ୍ରହ୍ମୋସର ଚାନ୍ଦିପୁର ଆଇଟିଆରକେଏଲସି ୩ରୁ ସଫଳ ପରୀକ୍ଷଣ କରାଯାଇଛି । ସୋମବାର ସକାଳ ୧୦ଟା ୧୫ ମିନିଟରେ ଏହାର ପରୀକ୍ଷଣ କରାଯାଇଛି । ଏହି ମିସାଇଲ ଲମ୍ବ ୮.୪ ମିଟର ଥିବାବେଳେ ପ୍ରସ୍ଥ ୦.୬ ମିଟର ରହିଛି । ଏହାର ଓଜନ ୩୦୦୦ କିଲୋଗ୍ରାମ ରହିଛି । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇବା ସହ ୨୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ଏହି ମିସାଇଲ । ଏହି ସୁପରସନିକ କ୍ରୁଜ ମିସାଇଲ ଶବ୍ଦର ଗତିଠାରୁ ୨.୮ ଗୁଣା କ୍ଷୀପ୍ର ଗତିରେ ଯିବାର କ୍ଷମତା ରହିଛି । ପାଣି ଜାହାଜ, ଉଡ଼ା ଜାହାଜ ଭପୃଷ୍ଠ ତଥା ମୋବାଇଲ ଲଞ୍ଚରରୁ ମଧ୍ୟ ଲଞ୍ଚ କରାଯାଇପାରିବ । ଏହି ମିସାଇଲକୁ କୌଣସି ବି ଦିଗରେ ଲକ୍ଷ୍ୟ ଆଡ଼କୁ ଇଚ୍ଛା ମୁତାବକ ଛଡ଼ା ଯାଇପାରେ । ଏହାକୁ ବୁଡ଼ା ଜାହାଜରୁ ମଧ୍ୟ ଲଞ୍ଚ କରାଯାଇପାରିବ । ଏହି ମିସାଇଲ ସହରୀ ଅଞ୍ଚଳରେ ମଧ୍ୟ ଛୋଟ ଲକ୍ଷ୍ୟକୁ ସଠିକତାର ସହ ଟାର୍ଗେଟ କରିପାରେ ।

Leave a Reply

Your email address will not be published. Required fields are marked *