ଦେଶ- ବିଦେଶ

ପାକିସ୍ତାନରେ ମୁଲ୍ଲାଙ୍କ ମୁହଁ ବନ୍ଦ କରିଦେଇଥିବା ଝିଅ ମଲାଲା

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ ୧୨ ଜୁଲାଇକୁ ମଲାଲା ଦିବସ ଭାବରେ ପାଳନ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱରେ ନାରୀଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ତଥା ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫାଜାଇଙ୍କ ଜନ୍ମଦିବସକୁ ମିଳିତ ଜାତିସଂଘ ପକ୍ଷରୁ ମଲାଲା ଡେ ଭାବରେ ନାମିତ କରାଯାଇଛି । ବିଶ୍ୱର ପ୍ରତିଟି ଶିଶୁକୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ନେତା ମାନଙ୍କ ନିକଟରେ ଆବେଦନ ପାଇଁ ଏହି ଦିବସ ପାଳନ କରାଯାଉଛି । ପାକିସ୍ତାନ ପରି ମୁସଲିମ ଅଧ୍ୟୁଷିତ ଅଞ୍ଚଳରୁ ଆସନ୍ତି ମଲାଲା । ଅକ୍ଟୋବର ୨୦୧୨ ତାରିଖରେ ପାକିସ୍ତାନର ସ୍ୱାଟ ପ୍ରଦେଶରେ ଘଟିଯାଏ ଏମିତି ଏକ ଘଟଣା ଯାହା ସମଗ୍ର ବିଶ୍ୱକୁ ଥରାଇଦିଏ । ପାଠପଢୁଥିବା କାରଣରୁ ୧୫ ବର୍ଷୀୟ ମଲାଲାକୁ ଆତଙ୍କୀଙ୍କ ଗୁଳିର ଶିକାର ହେବାକୁ ପଡିଥାଏ । ସୌଭାଗ୍ୟବଶତଃ ଭାବେ ଉକ୍ତ ଗୁଳିକାଣ୍ଡରୁ ବର୍ତ୍ତି ଯାଇଥିଲେ । ବ୍ରିଟେନରେ ଚିକିତ୍ସିତ ହୋଇ ବର୍ତ୍ତିଯାଇଥିବା ମଲାଲା ନିଜର ପରବର୍ତ୍ତୀ ଜନ୍ମଦିବସରେ ବିଶ୍ୱ ନେତୃବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ । ଏହା ପରଠାରୁ ମଲାଲାଙ୍କ ଜନ୍ମଦିବସକୁ ମଲାଲା ଡେ ଭାବରେ ଘୋଷଣା କରାଯାଇଛି । ଏହାର ଏକ ବର୍ଷ ପରେ ମଲାଲାଙ୍କୁ ୨୦୧୭ରେ ନୋବେଲ ଶାନ୍ତିି ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *