ଅପରାଧମହାନଗରରାଜ୍ୟ

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର : ଚୋରା ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ । ପାଟ୍ରୋଲିଂ କରିବାବେଳେ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମୋଟ୍ ୧୧ ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । କୌଣସି ଏକ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏତିକିବେଳେ ରବିଗୁଡା ଛକ ନିକଟରେ ଚଢ଼ାଉ କରି ଚାଲାଣ ହେଉଥିବା ୫୯ ଟି ପ୍ୟାକେଟରେ ୧୧୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *