ରାଜ୍ୟ

ବିଦ୍ୟୁତ୍‌ ଆଘାତରେ ଶିଶୁ ଗୁରୁତର ଘଟଣା: ମୁଖ୍ୟ ଶାସନସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପାଖ ଖେଳ ପଡିଆରେ ଗତ ୨୦୨୦ ଜୁଲାଇ ମାସ ୧୭ ତାରିଖରେ କ୍ରିକେଟ ଖେଳୁଥିବା ସମୟରେ ବଲ ଗୋଟଳଇବାକୁ ଯାଇ ହରି କୁମାରଙ୍କ ୯ ବର୍ଷର ପୁଅ ରିତେଶ କୁମାର ଖୋଲା ଟ୍ରାନସଫରର୍ମ ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ପାଇ ଗୁରୁତର ଆହତ ହୋଇଥିଲେ । ଏହି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ରିତେଶ କୁମାରଙ୍କୁ କ୍ଷତି ପୂରଣ ଦାବୀ କରିଥିଲେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି ।

ଏହି ବାବଦରେ କମିଶନ କଳାହାଣ୍ଡି ଏସ୍‌.ପି ଏବଂ ଶକ୍ତି ବିଭାଗ ସଚ୍ଚିବଙ୍କ ଠାରୁ ରିପୋର୍ଟ ତଲବ କରି ସମସ୍ତ ବିଷୟ ଅବଗତ ହେବା ପରେ ରିତେଶ କୁମାରଙ୍କର ମାନବ ଅଧିକାର କ୍ଷ୍ୟୁର୍ଣ୍ଣ ହେବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଅବହେଳା ଦାୟୀ ବୋଲି ହୃଦୟଙ୍ଗମ କରି ୨ ଲକ୍ଷ ଟଙ୍କା କ୍ଷତି ପୂରଣ ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ କୈଫିୟତ ତଲବ କରିଛନ୍ତି । ଅଦ୍ୟ ୭ ଜୁଲାଇ ୨୦୨୧ ରେ କମିଶନ ଏହି ଆଦେଶନାମା ଜାରି କରି ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୱେସ୍‌କୋ ପକ୍ଷରୁ ଏହି ଘଟଣାକୁ ଏକ ଦୁର୍ଘଟଣା ଏବଂ ଶିଶୁର ଅବହେଳା ଯୋଗୁଁ ହୋଇଛି ବୋଲି ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏହି ଦାବୀକୁ କମିଶନ ଖାରଜ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *