ରାଜ୍ୟ

ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର : ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ। ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ। ଗର୍ଭବତୀଙ୍କୁ ଟିକାକରଣ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆଜି ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ୧୫ ତାରିଖ ପୂର୍ବରୁ ଆଶା,ଅଙ୍ଗନବାଡି,ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳ ସ୍ତରରେ କିଭଳି ଏହାକୁ ବ୍ୟାପକ କରାଯିବ ସେଥିପାଇଁ ଚେଷ୍ଟା କରାଯାଉଛି । ଏ.ଏନ.ଏମ୍‌, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଟିକା ସମ୍ପର୍କରେ ଗର୍ଭବତୀଙ୍କୁ ସଚେତନ କରାଉଛନ୍ତି । ଅନ୍ୟପଟେ ସର୍ଭିଲାନ୍ସ ଓ ଟ୍ରିଟମେଣ୍ଟ ଚାଲିଛି । କମ୍ୟୁନିଟିରେ ଭାଇରସ ରହିଥିବାରୁ କିଛି ସ୍ଥାନରେ କମୁନି । ସେହି ଜିଲ୍ଳାରେ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଜି ସକାଳେ ରାଜ୍ୟରେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି।

Leave a Reply

Your email address will not be published. Required fields are marked *