ରାଜ୍ୟ

ଆଜିଠୁ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ : ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଉପଚାର ପରେ ଜ୍ୱରରୁ ସୁସ୍ଥ ହୋଇଛନ୍ତି । ମହାପ୍ରଭୁଙ୍କ ନବଯୌବନ ପ୍ରାପ୍ତିରେ ଆନେକ ବିରଳ ଉପଚାର ହୋଇଛି । ଗତକାଲି ରାତିରେ ଶ୍ରୀଅଙ୍ଗରେ ଖଡି ଲାଗି ନୀତି ଶେଷ ହୋଇଛି।ଏଥିପାଇଁ ୩ଟି ପର୍ଯ୍ୟାୟରେ ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ସେବା କରୁଛନ୍ତି । ସେହିପରି ବିଳମ୍ବିତ ରାତିରେ ପଟ୍ଟିଦିଅଁ ସନ୍ଧ୍ୟା ଧୂପ ପରେ କସ୍ତୁରୀ, କେସର, ହରତାଳ, ହେଙ୍ଗୁଳ, ଶ୍ରୀଖଣ୍ଡ କଳା, ଧଳା ରଙ୍ଗ ଆଦିରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିଥିଲେ ଦତ୍ତମହାପାତ୍ର ସେବକ । ଶ୍ରୀମୁଖ ସିଂଗାର ପରେ ଶୁକ୍ରବାର ଦିନ ଚକଅପସର ହୋଇ ପ୍ରଭୁଙ୍କ ମଙ୍ଗଳ ଆଳତିରୁ ନବଯୌବନ ଦର୍ଶନ ନୀତି ଆରମ୍ଭ ହେବ । ପଟିଦିଅଁଙ୍କ ବାହୁଡ଼ା ବିଜେ ସରି ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ସ୍ନାନପୂର୍ଣ୍ଣିମା ପର ଦିନରୁ ମହାପ୍ରଭୁ ଅଣସର ବାସରେ ରହିଥିଲେ । ଏହି ସମୟରେ ପ୍ରଭୁଙ୍କ ଅବଢ଼ା ଭୋଗ ବନ୍ଦ ରହିଥିଲା। ପ୍ରଭୁଙ୍କ ଗୋପନ ସେବା ଗୁରୁବାର ବିଳମ୍ବିତ ଶେଷ ହୋଇଛି । ଏହା ପରେ ଆଜିଠୁ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବ ବୋଲି ସୁପକାର ନିଯୋଗରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *