ରାଜ୍ୟ

ଦ୍ୱିତୀୟ ଡୋଜ୍‌ ଟିକା ନେବା ପରେ ଆଖିବୁଜିଲେ ସ୍ୱାମୀ

ନିମାପଡା  : ନିମାପଡା ବ୍ଲକ ଅରିଷଣ୍ଢ ପଞ୍ଚାୟତରେ ଜଣେ ବ୍ୟକ୍ତି ଟୀକା ନେବା ପରେ ମୃତ୍ୟୁ ଘଟିଛି । ମୃତକଙ୍କ ପତ୍ନୀ କରୋନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା ନିମାପଡା ଥାନା ମୁରାରିପୁର ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପତ୍ନୀ ପୂର୍ବରୁ ପ୍ରଥମ ଡୋଜ୍‌ କରୋନା ଟୀକା ନେଇଥିଲେ । ଦ୍ୱିତୀୟ ଡୋଜ୍‌ ନେବା ଦିନ ଦୁଇଜଣ ଜ୍ୱରରେ ଆକ୍ରାନ୍ତ ହେବାରୁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିଲେ । ବୁଧବାର ଦିନ ପତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପରିବାର ବର୍ଗଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ସତ୍ୟନଗର ଶ୍ମଶାନରେ ଶବ ସଂସ୍କର କରାଯାଇଛି । ମୃତକଙ୍କ ପତ୍ନୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ରହିଛନ୍ତି । ଯାହାକୁ ନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଗ୍ରାମକୁ ସାନିଟାଇଜ କିମ୍ବା କଟକଣା ଲାଗୁ କରାଯାଇନାହିଁ । ପ୍ରଶାସନର ଅବହେଳା କାରଣରୁ ପୁରୀ ଜିଲ୍ଲା ନିମାପଡା ଅଂଚଳରେ ମହାମାରୀ କମିବାର ନାଁ ଧରୁନାହଁ।

Leave a Reply

Your email address will not be published. Required fields are marked *