ଅପରାଧମହାନଗରରାଜ୍ୟ

ଦେହ ପାଗଳ ଦିଅର

ଭୁବନେଶ୍ୱର : ଭାଉଜକୁ ଲୋଭ! ଦେହ ପାଗଳ ଦିଅର ଦୁଷ୍କର୍ମ ପାଇଁ ଭିଆଇଲା ବଡ଼ ଅଜବ କାଣ୍ଡ । ଏମିତି ବି ଖତରନାକ୍ ହୋଇପାରେ ଦିଅର! ଏହି କଥା ଏବେ ସବୁଠି ଚର୍ଚ୍ଚା। ସହଯୋଗୀ ସହିତ ମିଶି ଚକ୍ରାନ୍ତ କଲା ଦିଅର । ଭଡ଼ାଘରେ ରଖି ଭାଉଜକୁ କଲା ଦୁଷ୍କର୍ମ । ଏହା ପରେ ପୋଲିସ୍ ଖୋଜୁଛି କିନ୍ତୁ ଅଭିଯୁକ୍ତ ଦିଅର ଫେରାର୍ ରହିଛି । ତେବେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ପୋଲିସ୍ ଗିରଫ କରିଛି । ସୂଚନା ଅନୁସାରେ ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି । ଗିରଫ ସହଯୋଗୀର ଘର ନୀଳାଦ୍ରି ବିହାର ଅଞ୍ଚଳର ବସ୍ତିରେ । ସପ୍ତାହକ ପୂର୍ବେ ପୀଡ଼ିତା (ଭାଉଜ)ଙ୍କୁ ତାଙ୍କ ଦିଅର ସାଲିଆ ସାହିରେ ନେଇ ରଖିଥିଲେ । ଆଉ ଏହି କାମରେ ସହଯୋଗ କରିଥିଲେ ଗିରଫ ଯୁବକ । ସେଠାରେ ଦିଅର ଓ ସହଯୋଗୀ ମିଶି ଭାଉଜଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତନାଘନା ଚଳାଇଛି ।

Leave a Reply

Your email address will not be published. Required fields are marked *