ରାଜ୍ୟ

ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହୋଇଛି । ସକାଳେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗି ହୋଇଥିଲା । ଅନ୍ୟପଟରେ ଆଜିଠାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଆରଟିିପିସିଆର ଟେଷ୍ଟ ଆରମ୍ଭ ହେଇଛି । ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ପାଇଁ ଗ୍ରୀନଜୋନ୍ ହେବ ବୋଲି ଏସପି କହିଛନ୍ତି ।

ଗତକାଲି ଅଣସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ ହୋଇଥିବା ବେଳେ ଆଜି ଚତୁର୍ଦ୍ଦଶୀରେ ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହୋଇଥିଲା । ଗଜପତି ମହାରାଜାଙ୍କୁ ଏହି ପ୍ରସାଦ ଅର୍ପଣ କରାଯାଇଛି । ଦଇତାପତି ଓ ଦତ୍ତମହାପାତ୍ର ସେବକ ରୂପାଥାଳିରେ ଧରି ଆସିଥିଲେ ମହାପ୍ରଭୁଙ୍କୁ ଲାଗି ଖଡିପ୍ରସାଦ । ସେପଟେ ଆଜି ଦତ୍ତମହାପାତ୍ର ସେବାୟତ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ଶଙ୍ଖ ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିଛନ୍ତି । ବନକଲାଗି ପରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର ଆଉ ଆକର୍ଷଣୀୟ ଦେଖ।।ଇଥାଏ ।

Leave a Reply

Your email address will not be published. Required fields are marked *