ରାଜ୍ୟ

ଆଜିଠୁ ଗଡ଼ିଲା ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ଆଜିଠୁ ଗଡ଼ିଲା ଓଏସ୍‌ଆର୍‌ଟିସି ବସ୍। ୪୩ଟି ରୁଟ୍‌ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କିଛି ବସ୍‌ ସକାଳୁ ସକାଳୁ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିବା ବେଳେ ଆଉ କିଛି ବସ୍‌ ଅପରାହ୍ଣରେ ଚଳାଚଳ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି।ଏହିସବୁ ରୁଟ୍‌ ମଧ୍ୟରେ ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ବଲାଙ୍ଗିର-ବ୍ରହ୍ମପୁର, ଫୁଲବାଣୀ-ହାତୀମୁଣ୍ଡା, ବଲାଙ୍ଗିର-ବ୍ରହ୍ମପୁର, କେନ୍ଦୁଝର-ବଲାଙ୍ଗିର ରୁଟ୍ ଇତ୍ୟାଦି ରହିଛି। 

କାଟାଗୋରୀ-Aରେ ଥିବା ଜିଲ୍ଲା ଗୁଡ଼ିରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍। କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଯାତ୍ରା ସମୟରେ ଯାତ୍ରୀମାନେ ମାସ୍କ, ସାମାଜିକ ଦୂରତା ଯେପରି ବଜାୟ ରଖିବେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ କାଟାଗୋରୀ-‘A’ରେ ଆସୁଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବା ସହ ଏହି ୨୦ ଜିଲ୍ଲା ମଧ୍ୟରେ ସିଟିଂ କାପାସିଟି ସହ ବସ୍ ସେବାକୁ ଅନୁମତି ପ୍ରଦାନ କରାଯାଇଥିଲା।

କାଟାଗୋରୀ-‘A’ରେ ଥିବା ଜିଲ୍ଲାରେ ବସ୍ ଚଳାଚଳ ନେଇ ବ୍ୟବସ୍ଥା କରାଯିବ। କେତେ ସଂଖ୍ୟକ ଲୋକ ଯା’ଆସ କରିବେ ସେ ନେଇ ଗାଇଡଲାଇନ୍ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓ ଓ ବସ୍‌ ସଂଘକୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ବସ୍‌ରେ ସିଟିଂ କାପାସିଟିରେ ହିଁ ଲୋକେ ଯିବେ। ଯେପରି କରୋନା କଟକଣା ପାଳନ ହେବ ସେନେଇ ସମସ୍ତ ପ୍ରକାର ଧ୍ୟାନ ରଖାଯିବ। ମାସ୍କ, ସାନିଟାଇଜର ବାଧ୍ୟତାମୂଳକ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *