ଦେଶ- ବିଦେଶ

ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ, ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆକାଶରୁ ବିମାନ ଉଭେଇଗଲା । ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯିବା ପରେ ପୁଣି ଏକ ବିମାନ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏହି ବିମାନ ନିଖୋଜ ହୋଇଥିବା ସୂଚନା ମିଳିଥିବାବେଳେ ପରେ ବିମାନର ଧ୍ୱଂସାବଶେଷ ଠାବ ହୋଇଥିବା ଜଣାପଡ଼ିଛି । ଏଥିସହ ବିମାନରେ ଥିବା ସମସ୍ତ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରୁଷର ଇଦ୍ଭ-୨୬ ବିମାନଟି ୨୨ ଜଣ ଯାତ୍ରୀ ଏବଂ ୬ ଜଣ ‘କ୍ରୁ’ ସଦସ୍ୟଙ୍କୁ ନେଇ ପେଟ୍ରୋପାଭ୍ଲୋଭସ୍କ-କାମଛାଟସ୍କାଏ ସହରରୁ ପାଲାନାକୁ ଯାଉଥିଲା । ତେବେ ହଠାତ୍ ବିମାନଟି ଗନ୍ତବ୍ୟ ପଥରେ ନିଖୋଜ ହୋଇଯାଇଥିଲା । କାହିଁକି କଣ ଓ କିପରି ଏଭଳି ଦୁର୍ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ ଚାଲିଛି । ରୁଷର ବିମାନ ଚଳାଚଳ ସଂସ୍ଥା ଏଏଫପି ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *