ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି

ଭବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ କରି ଅଭିଯୋଗ କରିଛନ୍ତି । ପ୍ରେସ ମିଟ୍‌ରେ ସମୀର ମହାନ୍ତି କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁରେ ଘର ମିଳିଛି । ନିଆଳି ବ୍ଲକରେ ଗୁହାଳ ପାଇଁ ବି ଅର୍ଥ ଦିଆଯାଇଛି। ଆବଣ୍ଟିତ ଘରେ ବିଜୁ ପକାଘର ଫଳକ ବଡ଼ ଆକାରରେ ଲଗାଯାଇଛି । ୯୮ ହଜାର ୫୬୨ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର କରାଯାଇଛି । ପ୍ରତି ଘର ପାଇଁ ଲକ୍ଷେ ୨୦ ହଜାର ହିସାବରେ ପ୍ରାୟ ହଜାରେ କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଧିକାଂଶ ଘର ନିର୍ମାଣ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛି ବିଜେପି। ଏହି ଘରେ ଝରକା, ଶୌଚାଳୟ ଆଦି ନାହିଁ। ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନି। ଝାରସୁଗୁଡ଼ାକୁ ମାତ୍ର ୪ଟି ଘର ମିଳିଛି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ୭, ୮, ୯ରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ । ଏହି ଘଟଣାରେ ପ୍ରତିକ୍ରିୟା ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ। ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଅଛନ୍ତି, ଅଫିସର ମୁଣ୍ଡରେ ଅଠା ବୋଳି ଖସୁଛନ୍ତି। ଆବାସ ଦୁର୍ନୀତି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ନେବୁ କହିଲେ ପୀତାମ୍ବର।

Leave a Reply

Your email address will not be published. Required fields are marked *