ଅପରାଧରାଜ୍ୟ

ଲଭ୍ ସେକ୍ସ ଆଉ ଧୋକା

ଭୁବନେଶ୍ୱର : ଲଭ୍, ସେକ୍ସ ଆଉ ଧୋକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆରେ । ଗର୍ଭବତୀ କରି ପ୍ରେମିକ ଜଣକ ଚମ୍ପଟ ମାରିଥିବା ବେଳେ ଆତ୍ମହୁତି ଉଦ୍ୟମ କରିଛନ୍ତି ଯୁବତୀ । ସୋସିଆଲ୍ ମିଡିଆରୁ ପରିଚୟ, ପରିଚୟରୁ ବନ୍ଧୁତା । ବନ୍ଧୁତାରୁ ପ୍ରେମ ଓ ଶେଷରେ ବିବାହ କରିଥିଲେ ଏହି ଦମ୍ପତ୍ତି । ତେବେ ବର୍ତ୍ତମାନ ୫ ମାସର ଗର୍ଭବତୀ ପ୍ରେମିକାକୁ ଛାଡି ଫେରାର ହୋଇଯାଇଛି ଯୁବକ । ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ହେଁ ଦୀର୍ଘ ମାସେ ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସୋମବାର ଆତ୍ମହୁତି ଉଦ୍ୟମ କରିଥିଲା ଯୁବତୀ । ଆଗରପଡା ଅଞ୍ଚଳର ଯୁୁବତୀ ସିମରନ୍(ଛଦ୍ମନାମ) ଫେସବୁକରେ ଜସିମ୍ ଶାହଜୀ ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସନ୍ତି । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ପ୍ରେମ ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା ।

ପରେ ଉଭୟ ବିବାହ କରି ଚେନ୍ନାଇର ଏକ ହୋଟେଲରେ ତିନି ମାସ ରହିଥିବା ପ୍ରକାଶ କରିଛନ୍ତି ସିମରନ୍ । ଯୁବତୀ ଜଣକ ବର୍ତ୍ତମାନ ୫ ମାସର ଗର୍ଭବତୀ ରହିଥିବା ବେଳେ ଯୁବକ ଜଣଙ୍କ ଉଭାନ ହୋଇ ଯାଇଛନ୍ତି । ଭୁବନେଶ୍ୱରରେ ଯୁବତୀଙ୍କୁ ଛାଡି କେଉଁଆଡେ ପଳାଇଥିଲେ ଯୁବକ । ପରେ ବାରମ୍ବାର ଫୋନ୍ କରିଥିଲେ ହେଁ ଯୁବକ ଜଣଙ୍କ ଫୋନ୍ ଉଠାଇନଥିଲେ । ଏହି ଘଟଣା ପରେ ୯ ତାରିଖରେ ଯୁବତୀ ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଏକମାସ ବିତିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏପରିକି ପୋଲିସ ଅଧିକାରୀ ତାଙ୍କ ଫୋନ୍ ଉଠାଉନଥିବା ଅଭିଯୋଗ କରିଛନ୍ତି ପୀଡିତା । ଆଗରପଡା ଥାନାରେ ମାମଲା ରୁଜୁ କରିବା ପାଇଁ ଆଇଆଇସି କହିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *