ଅପରାଧମହାନଗର

ରାଜଧାନୀରେ ହତ୍ୟାକାଣ୍ଡ

ଭୁବନେଶ୍ୱର  : ରାଜଧାନୀରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସାମନାକୁ ଆସିଛି । ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତେବେ ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି । କିନ୍ତୁ ସମାନ ଘରେ ଗୁରୁତର ଅବସ୍ଥାରେ ଥିବା ପୁରୁଷଙ୍କ ପରିଚୟ ମିଳିପାରିନାହିଁ । କିଏ ଓ କାହିଁକି ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହାକୁ ପୁଲିସ୍ ତନାଘନା ଜାରି ରଖିଛି ।

Leave a Reply

Your email address will not be published. Required fields are marked *