ମହାନଗରରାଜ୍ୟ

ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର : ରାଜଧାନୀରେ ପହଞ୍ଚିଲା କୋଭିଡ୍ କେନ୍ଦ୍ରୀୟ ଟିମ୍ । ଏଠାରେ ଟିମ୍ କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ଏଥିସହ ଯେଉଁ ଜିଲ୍ଲାରେ ସଂକ୍ରମଣର ମାତ୍ରା ଅଧିକ ରହିଛି ସେହି ସବୁରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ଟିମ୍ । ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କେନ୍ଦ୍ରୀୟ ଟିମ୍ କୁ ଭେଟିବେ । କୋଭିଡ୍ ସ୍ଥିତି ସମ୍ପର୍କରେ ଦୁଇ ଜଣିଆ ଟିମ୍ ସହ ଆଲୋଚନା କରିବେ । ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଉ ପ୍ରାଥମିକ ଆଲୋଚନା ପରେ ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଯିବେ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave a Reply

Your email address will not be published. Required fields are marked *