ରାଜ୍ୟ

ଭିଜିଲାନ୍ସ ଜାଲରେ ଫସିଲେ ଭିଜିଲାନ୍ସ ପିପି

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଫସିଛନ୍ତି ଭିଜିଲାନ୍ସ କର୍ମଚାରୀ । କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲଙ୍କୁ ଧରିଛି ଭିଜିଲାନ୍ସ । ଧରାପଡିଥିବା ଓକିଲ ଜଣକ ହେଉଛନ୍ତି ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଶୁତୋଷ ମିଶ୍ର । ସୂଚନା ମୁତାବକ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଚଢ଼ାଉ କଲା ବେଳେ ଆଶୁତୋଷଙ୍କୁ ଧରିଛି କଟକ ଭିଜିଲାନ୍ସ ଟିମ୍ । ଜଣେ ପୂର୍ବତନ ଏଏସଆଇଙ୍କ ମାମଲା ଦଫାରଫା ପାଇଁ ଟଙ୍କା ନେଉଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

Leave a Reply

Your email address will not be published. Required fields are marked *