ରାଜ୍ୟ

ରାଜ୍ୟରେ ଏବେ ଗର୍ଭବତୀଙ୍କୁ ଦିଆଯିବ ନାହିଁ ଟିକା

ଭୁବନେଶ୍ୱର : ରାଜ୍ୟରେ ଏବେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ନାହିଁ । ହେଲଥ କେୟାର ମ୍ୟାନେଜର ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯିବା ପରେ ଏହି ଟିକାକରଣ କରାଯିବ ବୋଲି ଜଣାପଡ଼ିଛି । ଗତକାଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀଙ୍କୁ ଟିକା ନେଇପାରିବେ ବୋଲି ଅନୁମତି ଦେଇଥିଲେ । ଏନେଇ ପୂର୍ବରୁ ଆସିଥିବା ଗାଇଡଲାଇନ ଅନୁସାରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା । ତେବେ ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ନାହିଁ । ଟିକା ଦେଉଥିବା କର୍ମଚାରୀଙ୍କୁ ତାଲିମ ଦିଆସରିବା ପରେ ଏହି ଟିକାକରଣ କରାଯିବ । ଏ ନେଇ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *