ଅପରାଧଦେଶ- ବିଦେଶ

ସ୍ତ୍ରୀଙ୍କ ସହ ହୋଇଥିବା ଦୁଷ୍କର୍ମ ଭିଡିଓ ଦେଖି ସ୍ୱାମୀ ତାଜୁବ, ତା’ପରେ

ପାଟନା :  ପ୍ରଥମେ ୬ ଜଣ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କଲେ। ସମସ୍ତ ଘଟଣାର ଭିଡିଓ କରି ଭାଇରାଲ୍‌ କରିଦେଲେ। ଭାଇରାଲ୍‌ ଭିଡିଓ ପୀଡ଼ିତାଙ୍କ ସ୍ବାମୀଙ୍କ ପାଖରେ ପହଞ୍ଚିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୀଡ଼ିତାଙ୍କ ସ୍ବାମୀ ଗଣଦୁଷ୍କର୍ମର ଭିଡିଓ ଦେଖିବା ପ​‌ରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ପ୍ରଥମେ ସେ ନିଜ ସ୍ତ୍ରୀଙ୍କୁ ସବୁ କଥା ପଚାରି ବୁଝିଥିଲେ। ସ୍ବାମୀଙ୍କୁ ସବୁ କଥା ଖୋଲି କହିଥିଲେ ପୀଡ଼ିତା। ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ଏହି ଭିଡିଓ ଗୋଟିଏ ସପ୍ତାହ ପୂରୁଣା। ମହିଳାଙ୍କ ସହ ୬ ଜଣ ଦୁଷ୍କର୍ମ କରୁଥିବା ଦେଖିବାକୁ ମିଳିଥିବା ବେଳେ ମାମଲା ପୋଲିସ ପାଖରେ ପହଞ୍ଚିଛିଥିଲା । ଖୋଦ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ପୀଡ଼ିତା ନିଜ ସ୍ବାମୀଙ୍କ ସହ ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଘଟଣାଟି ୨୩ ଜୁନ୍‌ରେ ଘଟିଥିଲା।  ମହିଳା ଜଣଙ୍କ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ସେହି ଗାଁର ୬ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।  ବିହାରରେ ଘଟିଥିବା ଏହି ଘଟଣା ପରେ ଅଭିଯୁକ୍ତମାନେ କାହାକୁ ନକହିବାକୁ ନେଇ ପୀଡ଼ିତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ମହିଳା ଘରକୁ ଫେରି ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଗଣଦୁଷ୍କର୍ମ ବେଳର ଭିଡିଓ କରିଥିବା ବେଳେ ଅଭିଯୁକ୍ତମାନେ ଏହାକୁ ଭାଇରାଲ୍‌ କରିଥିଲେ । ପରେ ଏହି ଭିଡିଓ ପୀଡ଼ିତାଙ୍କ ସ୍ବାମୀଙ୍କ ହାତରେ ମଧ୍ୟ ଲାଗିଥିଲା। ସେ ପ୍ରଥମେ ରାଗିଥିଲେ ମଧ୍ୟ ସ୍ତ୍ରୀଙ୍କୁ ସବୁ କଥା ପଚାରିଥିଲେ। ପୀଡ଼ିତା ସମସ୍ତ ଘଟଣା ବଖାଣିଥିଲେ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *